Odia subtitles for clip: File:Or.ଉଇକିପିଡ଼ିଆ-ଭିଡିଓୱିକି-ମ୍ୟାଲେରିଆ.webm

From Wikimedia Commons, the free media repository
Jump to navigation Jump to search
1
00:00:00,000 --> 00:00:05,985
ମ୍ୟାଲେରିଆ ଏକ ମଶାବାହିତ ରୋଗ ଯାହା ମାନବ ଓ ପଶୁମାନଙ୍କୁ ଆକ୍ରମଣ କରେ । 



2
00:00:05,985 --> 00:00:11,465
ଏହି ରୋଗରେ ଜ୍ୱର, ଥକ୍କାଣ, ବାନ୍ତି ଓ ମୁଣ୍ଡ ବିନ୍ଧା ଇତ୍ୟାଦି ଲକ୍ଷଣ ଦେଖାଯାଏ । 



3
00:00:11,465 --> 00:00:17,625
ମ୍ୟାଲେରିଆ ସାଂଘାତିକ ହେଲେ କାମଳ, ଅପସ୍ମାର ବାତ, କୋମା ବା ମୃତ୍ୟୁ ହୋଇପାରେ । 



4
00:00:17,625 --> 00:00:23,785
ସଂକ୍ରମିତ ମଶା କାମୁଡ଼ିବାର ୧୦ରୁ ୧୫ ଦିନ ପରେ ଲକ୍ଷଣ ଆରମ୍ଭ ହୁଏ ।



5
00:00:23,785 --> 00:00:28,665
ଉପ‌ଯୁକ୍ତ ଚିକିତ୍ସା ନ କଲେ ଏହି ରୋଗ କିଛି ମାସ ପରେ ଆଉଥରେ ହୋଇପାରେ । 



6
00:00:28,665 --> 00:00:34,735
ସଂକ୍ରମିତ ବ୍ୟକ୍ତିଙ୍କର ପୁନର୍ବାର ସେହି ରୋଗ ହେଲେ ଲକ୍ଷଣ‌ ଗୁଡ଼ିକ ସାମାନ୍ୟ ଧରଣର ହୋଇଥାଏ । 



7
00:00:34,735 --> 00:00:41,915
ଅଧିକ ମ୍ୟାଲେରିଆ ସଂସ୍ପର୍ଶରେ ନ ଆସିଲେ ଅନେକ ମାସ ଓ ବର୍ଷ ପରେ ଆଂଶିକ ଇମ୍ମ୍ୟୁନିଟି ସମାପ୍ତ ହୋଇଯାଏ । 



8
00:00:41,915 --> 00:00:46,195
ପ୍ଲାଜମୋଡିଅମ ଦଳର ଅଣୁଜୀବ ଯୋଗୁ ଏହି ରୋଗ ହୁଏ । 



9
00:00:46,195 --> 00:00:56,959
ସାଧାରଣତଃ ସଂକ୍ରମିତ ମାଈ ଆନୋଫିଲିସ ମଶା ଯୋଗୁ ରୋଗ ବ୍ୟାପିଥାଏ ।  ମଶା କାମୁଡ଼ିଲେ ଏହାର ଲାଳରେ ଥିବା ମ୍ୟାଲେରିଆ ପରଜୀବି ଲୋକର ରକ୍ତରେ ମିଶି ସଞ୍ଚାଳିତ ହୋଇଥାଏ । 



10
00:00:56,959 --> 00:01:03,285
ରକ୍ତ ମାଧ୍ୟମରେ ପରଜୀବି ଯକୃତକୁ ଗତି କରେ ଓ ସେଠାରେ ବିକଶିତ ହୋଇ ପ୍ରଜନନ କରେ । 



11
00:01:03,285 --> 00:01:13,963
ପ୍ଲାଜମୋଡିଅମର ୫ ପ୍ରଜାତି ମାନବକୁ ସଂକ୍ରମିତ କରନ୍ତି ଯାହାଦ୍ୱାରା ରୋଗ ମଧ୍ୟ ବ୍ୟାପିଥାଏ,  ଓ ଅଧିକାଂଶ ମୃତ୍ୟୁର କାରଣ ପ୍ଲାଜମୋଡିଅମ ଫାଲସିପାରମ ହୋଇଥାଏ । 



12
00:01:13,963 --> 00:01:20,545
ସ୍ଲାଇଡରେ ରୋଗୀ ରକ୍ତର ଫିଲ୍ମ ନେଇ ଅଣୁବୀକ୍ଷଣରେ ହିସ୍ଟୋଲୋଜି ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।  



13
00:01:20,545 --> 00:01:31,825
ମ୍ୟାଲେରିଆ ଆଣ୍ଟିଜେନ ଡିଟେକସନ ପରୀକ୍ଷା କରି ଦୃତ ନିର୍ଣ୍ଣୟ କରାଯାଏ, କିନ୍ତୁ ସ୍ଥାନୀୟ ରୋଗ ହୋଇଥିଲେ, ଜଟିଳତା ଓ ଖର୍ଚ୍ଚ ଦୃଷ୍ଟିରୁ ପିସିଆର ପରୀକ୍ଷା ବ‌ହୁଳ ଭାବରେ ବ୍ୟବ‌ହାର କରାଯାଏନି । 



14
00:01:31,825 --> 00:01:39,517
ମଶାରୀ ବ୍ୟବ‌ହାର ବା ମଶା ବିକର୍ଷକ ବ୍ୟବ‌ହାର କରି ମଶା କାମୁଡ଼ା ପ୍ରତିରୋଧ କରିବାଦ୍ୱାରା ରୋଗ ସଙ୍କଟ କମ୍ କରିହୁଏ ।  



15
00:01:39,517 --> 00:01:47,891
ମଶା ସଂଖ୍ୟା ନିୟନ୍ତ୍ରଣ ନିମନ୍ତେ ସ୍ଥିର ଜଳ ନିଷ୍କାସନ ଓ କୀଟମରା ଔଷଧ ସିଞ୍ଚନ ଭଳି ଉପାୟମାନ ଅବଲମ୍ବନ କରିବାକୁ ପଡ଼େ । 



16
00:01:47,891 --> 00:01:55,432
ରୋଗ ପ୍ରବଣ ଇଲାକାକୁ ଯାଉଥିବା ଭ୍ରମଣକାରୀ ଲୋକଙ୍କୁ ମ୍ୟାଲେରିଆ ପ୍ରତିଷେଧ ନିମନ୍ତେ ଅନେକ ପ୍ରକାରର ଔଷଧ ଦିଆଯାଏ । 



17
00:01:55,432 --> 00:02:05,684
ଅତ୍ୟଧିକ ମ୍ୟାଲେରିଆ ପ୍ରବଣ ଇଲାକାର ଶିଶୁ ଓ ପ୍ରଥମ ତ୍ରୈମାସିକ ବର୍ଭବତୀ ମହିଳାଙ୍କୁ ସଲଫାଡକ୍ସିନ ଓ ପାଇରିମେଥାମିନ ଦେବାକୁ ସୁପାରିସ କରାଯାଏ ।



18
00:02:05,684 --> 00:02:14,741
ମ୍ୟାଲେରିଆ ନିମନ୍ତେ ଅତ୍ୟନ୍ତ ଆବଶ୍ୟକ ଓ ଅନବରତ ପ୍ରଚେଷ୍ଟା ଥିବା ସତ୍ୱେ କୌଣସି ପ୍ରଭାବଶାଳୀ ଟିକା ବିକଶିତ ହୋଇପାରିନାହିଁ । 



19
00:02:14,741 --> 00:02:20,385
ମ୍ୟାଲେରିଆ ନିମନ୍ତେ ଆର୍ଟେମିସିନିନ ମିଶ୍ରିତ ଏକାଧିକ ଔଷଧ ଆବଶ୍ୟକ ହୁଏ । 



20
00:02:20,385 --> 00:02:28,077
ମେଫ୍ଲୋକୁଇନ, ଲୁମେଫାଣ୍ଟ୍ରିନ ବା ସଲଫାଡକ୍ସିନ ପାଇରିମେଥାମିନ ଇତ୍ୟାଦି ଅତିରିକ୍ତ ଔଷଧ ଦିଆଯାଇପାରେ ।



21
00:02:28,077 --> 00:02:33,721
ଆର୍ଟେମିସିନିନ ଉପଲବ୍‌ଧ ନହେଲେ କୁଇନାଇନ ଓ ଡକ୍ସିସାଇକ୍ଲିନ ଦିଆଯାଇପାରେ ।



22
00:02:33,721 --> 00:02:43,822
ଔଷଧ ପ୍ରତିରୋଧ ଶକ୍ତି କ୍ରମଶଃ ଅଧିକ ହେଉଥିବାରୁ  ମ୍ୟାଲେରିଆ ପ୍ରବଣ ଇଲାକାରେ ଚିକିତ୍ସା ଆରମ୍ଭ ପୂର୍ବରୁ ରୋଗ ଉପସ୍ଥିତି ନିଶ୍ଚିତ କରିବାକୁ ହୁଏ । 



23
00:02:43,822 --> 00:02:58,262
ଗ୍ରୀଷ୍ମ ଓ ଉପଗ୍ରୀଷ୍ମମଣ୍ଡଳୀୟ ଇଲାକାରେ ଏହି ରୋଗ ଭୂମଧ୍ୟ ରେଖା ପାର୍ଶ୍ୱରେ ଏକ ଚଉଡ଼ା ଫିତା ଆକାରରେ ବ୍ୟାପିଥାଏ ଯାହା ଯୋଗୁ ସନ ୨୦୧୬ରେ ୨୧୬ ନିୟୁତ ଲୋକ ମୃତ୍ୟୁ ବରଣ କରିଥିଲେ ।  



24
00:02:58,262 --> 00:03:10,562
ଏହି ରୋଗ ହେବା ଫଳରେ ୪୪୫,୦୦୦ରୁ ୭୩୧,୦୦୦ ମୃତ୍ୟୁ ହୋଇଥିଲା ଯାହା ମଧ୍ୟରୁ କେବଳ ଆଫ୍ରିକାରେ ରୋଗ ଓ ମୃତ୍ୟୁ ସଂଖ୍ୟା ମିଶି ୯୦% ଥିଲା । 



25
00:03:10,562 --> 00:03:23,544
ସନ ୨୦୦୦ରୁ ୨୦୧୫ ମଧ୍ୟରେ ଏହି ରୋଗ ହାର ୩୭% କମିଥିଲା  କିନ୍ତୁ ସନ ୨୦୧୪ ପରଠାରୁ ସଂଖ୍ୟା ବଢ଼ିଯାଇ ୧୯୮ ନିୟୁତ ରୋଗୀ ହୋଇଥିଲେ । 



26
00:03:23,544 --> 00:03:32,004
ଦାରିଦ୍ର୍ୟ ସ‌ହିତ ମ୍ୟାଲେରିଆ ସ‌ହଭାଗୀ ରହେ ଓ ଅର୍ଥନୈତିକ ବିକାଶରେ ଏହାର ବିଯୁକ୍ତାତ୍ମକ ପ୍ରଭାବ ପଡ଼େ । 



27
00:03:32,004 --> 00:03:46,608
ଉଦାହରଣ ସ୍ୱରୂପ ଅଧିକ ସ୍ୱାସ୍ଥ୍ୟସେବା ଖର୍ଚ୍ଚ, ଲୋକଙ୍କର କାମ କରିବାର ଅକ୍ଷମତା ଓ ପର୍ଯ୍ୟଟନ ଶିଳ୍ପ ଉପରେ ବିଯୁକ୍ତାତ୍ମକ ପ୍ରଭାବ ଯୋଗୁ ଆଫ୍ରିକାର ବର୍ଷକୁ ୧୨୦୦ କୋଟି ଆମେରିକୀୟ ଡଲାରର ଆର୍ଥିକ କ୍ଷତି ହୁଏ ।